ସଂଚାର ବ୍ୟୁରୋ: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ଗଠନ ପରେ ଏନସିପିରେ ବିବାଦ। ନୂଆ ସରକାର ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ଛଗନ ଭୁଜବଳ। ଏହାକୁ ନେଇ ମହାୟୁତିରେ ଦେଖାଦେଇଛି ସମସ୍ଯା। ଏପରିକି ମହାବିକାଶ ଅଘାଡ଼ି ପ୍ରତି ଭୁଜବଳ ଆଗ୍ରହ ପ୍ରକାଶ କରିବା ନେଇ ସୃଷ୍ଟି ହୋଇଛି ରାଜନୈତିକ ହଟଚମଟ। ଏହି ପ୍ରସଙ୍ଗକୁ ନେଇ ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେ କହିଛନ୍ତି ଚାଞ୍ଚଲ୍ଯକର ବୟାନ। ସେ କହିଛନ୍ତି ଭୁଜବଳ ତାଙ୍କ ଯୋଗାଯୋଗରେ ଅଛନ୍ତି। ଭୁଜବଳଙ୍କ ପ୍ରତି ଘୋର ଅନ୍ଯାୟ ହୋଇଛି ବୋଲି କହିଛନ୍ତି କଂଗ୍ରେସ ଭେଟେରାନ ତଥା ନାଗପୁର ଉତ୍ତରର ୫ ଥରର ବିଧାୟକ ନୀତୀନ ରାଉତ। ଭୁଜବଳଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ନ କରି ତାଙ୍କ ପ୍ରତି ଓ ଓବିସି ସମ୍ପ୍ରଦାୟ ପ୍ରତି ଅପମାନ କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ଭୁଜବଳଙ୍କୁ ନେଇ ମତ ପ୍ରକାଶ କରିଛି ଏନସିପି(ଏସପି)। ସେପଟେ ଏନସିପି ନେତା ଅଜିତ ପାୱାର ଓ ପ୍ରଫୁଲ୍ଲ ପଟେଲଙ୍କ ସହ ଭୁଜବଳଙ୍କ ମତପାର୍ଥକ୍ଯ ବଢୁଥିବା ସୂଚନା ମିଳିଛି