ସଂଚାର ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଆସିକା ଥାନା ଦେବଭୂମି ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି l ମୃତକ ଜଣକ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ଭିକାରୀ ପଲ୍ଲୀ ପଞ୍ଚାୟତ ଲଣ୍ଡା ବାଉଁଶ ଗାଁର କାହ୍ନା ମହାପାତ୍ର l ଦୁଇ ଗୁରୁତର ଯୁବକ ହେଲେ ସିଦ୍ଧାନ୍ତ ପଢିହାରୀ ଓ ଆସିକା ମାମୁଁଢିଅ ଗାଁର ପବିତ୍ର ନାୟକ l ବାଇକ ଯୋଗେ କାହ୍ନା ମହାପାତ୍ର ଓ ସିଦ୍ଧାନ୍ତ ପଢ଼ିହାରୀ ଭଞ୍ଜନଗକୁ ଯାଇ ଆସିକା ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ପବିତ୍ର ନାୟକଙ୍କ ବାଇକ ସହ ସେମାନଙ୍କ ବାଇକ ଧକ୍କା ହୋଇଥିଲା । ଗୁରୁତରଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର କାହ୍ନା ମହାପାତ୍ରଙ୍କୁ ମୃତ ଘୋଷଣା କରିଛନ୍ତି l ସିଦ୍ଧାନ୍ତ ପଢିହାରୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ।