ଭୁବନେଶ୍ୱର : ସରିଲା ବିଧାନସଭା ଶୀତ ଅଧିବେଶନ । ୨୦ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ଯାଏ ବିଧାନସଭା ମୁଲତବୀ । ଅନିର୍ଦ୍ଦିଷ୍ଟ କାଳ ଯାଏ ବିଧାନସଭା ମୁଲତବୀ ଘୋଷଣା କଲେ ବାଚସ୍ପତି । ଡିସେମ୍ବର ୩୧ ଯାଏ କାର୍ଯ୍ୟଦିବସ ନିର୍ଘଣ୍ଟ ହୋଇଥିଲା। ଚଳିତ ଅଧିବେଶନରେ ମାତ୍ର ୧୨ଟି କାର୍ଯ୍ୟଦିବସ ଅନୁଷ୍ଠିତ ହୋଇଥିଲା ।
ଗତମାସ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆଜି ଶେଷ ହୋଇଛି । ଏହି ଅଧିବେଶନ ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି। ଅତିରିକ୍ତ ବଜେଟ୍ ପାରିତ ହୋଇଛି। ୨ଟି ସରକାରୀ ବିଲ୍ ପାରିତ ସହ ୧୦ଟି ବେସରକାରୀ ବିଲ୍ ଆଗତ ହୋଇଛି।
ସୂଚନା ଅନୁସାରେ ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୮ଟି ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରାଯାଇଥିଲା । ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ଡିସିପିଙ୍କ ନେତୃତ୍ୱରେ ୮ ଜଣ ଅତିରିକ୍ତ ଡିସିପି, ୨ କମ୍ପାନି ସିଆରପିଏଫ୍, ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍, ୪ ପ୍ଲାଟୁନ୍ ଏସଓଜି, ଡଗ୍ ସ୍କ୍ୱାଡ୍, ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ ନିୟୋଜିତ ହୋଇଥିଲେ। ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ବକେୟା ବିଜୁଳି ବିଲ୍ ଦେଉ ନାହାନ୍ତି । ଏହି ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି ।