ସଂଚାର ବ୍ୟୁରୋ: ଆଦାନୀ ପ୍ରସଙ୍ଗ ନେଇ ଚାଲିପାରୁନି ସଂସଦ। ଗୃହରେ ଆଲୋଚନା ଦାବି କରି ଜିଦରେ ଅଡ଼ି ବସିଛନ୍ତି ବିରୋଧୀ। ନିଇତି ଅଭିନବ ଢଙ୍ଗରେ ପ୍ରତିବାଦ କରୁଛନ୍ତି କଂଗ୍ରେସ ଓ ଅନ୍ୟ ବିରୋଧୀ ସାଂସଦ। ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ସମେତ କଂଗ୍ରେସର ଅନ୍ୟ ସାଂସଦ ଓ ବିରୋଧୀ ଦଳର ଅନ୍ୟ ସାଂସଦ ଏହି ପ୍ରତିବାଦରେ ସାମିଲ ହୋଇଥିଲେ। ସରକାର ବିରୋଧୀ ନାରା ଦେବା ସହ ଆଦାନୀ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ଦାବି କରିଥିଲେ। ସଂସଦର ପ୍ରବେଶ ଦ୍ଵାରରେ ଏକାଠି ହୋଇ ସରକାର ବିରୋଧୀ ନାରା ଦେଇଥିଲେ ବିରୋଧୀ ସାଂସଦ। ଗୃହରେ ସାଂସଦଙ୍କ ହଟ୍ଟଗୋଳରୁ ଚାଲିପାରିନଥିଲା। ଦୁଇ ଗୃହ ପ୍ରଥମେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି ହୋଇଥିଲା। ପୁଣି ୧୨ଟା ପରେ ହଙ୍ଗାମାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଦୁଇ ଗୃହକୁ ମୁଲତବି ଘୋଷଣା କରିଛନି ଅଧ୍ୟକ୍ଷ। ସେହିପରି ଉତ୍ତରପ୍ରଦେଶ ସମ୍ଭଲ ହିଂସା ପ୍ରସଙ୍ଗରେ ମଧ୍ୟ ଗୃହରେ ଆଲୋଚନା ଦାବି କରିଆସୁଛି ବିରୋଧୀ କଂଗ୍ରେସ।

