Tuesday, September 22, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆତଙ୍କିତ ଅବସ୍ଥାରେ ଢେଙ୍କାନାଳ ପରଜଙ୍ଗ ରୋଡ ପଞ୍ଚାୟତର ୪ ଗାଁର ୧୫ ହଜାରରୁ ଅଧିକ ଲୋକ

Sanchar Live by Sanchar Live
August 5, 2024
in ଓଡିଶା
0
ଆତଙ୍କିତ ଅବସ୍ଥାରେ ଢେଙ୍କାନାଳ ପରଜଙ୍ଗ ରୋଡ ପଞ୍ଚାୟତର ୪ ଗାଁର ୧୫ ହଜାରରୁ ଅଧିକ ଲୋକ
0
SHARES
1
VIEWS
FacebookTwitter

ସଂଚାର ବ୍ୟୁରୋ: କୂଳ ଲଙ୍ଘୁଛି ବ୍ରାହଣୀ । ଆତଙ୍କିତ ଅବସ୍ଥାରେ ନଦୀକୂଳିଆ ଗାଁ । ଅସନ୍ତୁଳିତ ପରିବେଶ ଓ ପ୍ରାକୃତିକ ବିପର୍ଯ୍ୟୟ ବଦଳାଇ ଦେଇଛି ବ୍ରାହ୍ମଣୀ ନଦୀର ଗତିପଥ l ଯେଉଁଠି ନଦୀର କୂଳ ଏକ ମାଇଲ ଦୂରେ ଥିଲା, ଆଜି ଗାଁରେ ପଶିବ ପଶିବ ହେଉଛି ବ୍ରାହ୍ମଣୀ ନଦୀ । ଏପରିକି ଲୋକଙ୍କ ବାଡ଼ିରେ ପହଞ୍ଚି ଗଲାଣି । ଏହାକୁ ନେଇ ଚିନ୍ତାରେ ୪ ଟି ଗାଁର ପନ୍ଦର ହଜାରରୁ ଉର୍ଦ୍ଧ୍ଵ ଲୋକ।

ବଦଳୁଛି ବ୍ରାହ୍ମଣୀ ନଦୀର ଗତିପଥ । କୂଳ ଲଙ୍ଘୁଛି ନଦୀ, ବର୍ଷକୁ ଖାଉଛି ୫୦ ମିଟର । ଆତଙ୍କିତ ଅବସ୍ଥାରେ ଢେଙ୍କାନାଳ ପରଜଙ୍ଗ ବ୍ଲକ ରୋଡ ପଞ୍ଚାୟତର ୪ ଗାଁ ଲୋକେ । ଅସନ୍ତୁଳିତ ପରିବେଶ ଓ ପ୍ରାକୃତିକ ବିପର୍ଯ୍ଯୟ କାରଣରୁ ବ୍ରାହ୍ମଣୀ ନଦୀର ଗତିପଥ ବଦଳିବାରେ ଲାଗିଛି । ନଦୀଟି ଏବେ କୂଳ ଲଙ୍ଘି ଗାଁ ମୁହାଁ ହେବାରେ ଲାଗିଛି । ଦଶବର୍ଷ ତଳେ ଯେଉଁଠି ଆମ୍ବତୋଟା ଥିଲା ଓ ଯେଉଁ ସ୍ଥାନରେ ଯାତ୍ରା, ମେଳା, ମହୋତ୍ସବ ହେଉଥିଲା ତାହା ଏବେ ନଦୀ ଗର୍ଭରେ । ଆଉ ଏବେ ନଦୀର ଲୋଲୁପ ଦୃଷ୍ଟି ପଡିଛି ରୋଡ଼, ନୂଆରୋଡ଼, କୁନ୍ଦନଦେଇପୁର ଓ ଗଇଲୋ ଗାଁ ଉପରେ l ପ୍ରତିବର୍ଷ ନିଜର ଗତିପଥ ପରିବର୍ତ୍ତନ କରି ବ୍ରାହ୍ମଣୀ କୂଳ ଖାଉଥିବା ବେଳେ ଏବେ ନଦୀ ପହଞ୍ଚିଛି ଲୋକଙ୍କ ବାଡ଼ିରେ । ଗାଁ ଦାଣ୍ଡରୁ ନଦୀର ଦୂରତା ରହୁଛି ମାତ୍ର ୫୦ ରୁ ୧୦୦ ମିଟର l ଲୋକେ ଆଶଙ୍କା କରୁଛନ୍ତି-ଦିନ ଆସିବ ନଦୀ ଗର୍ଭରେ ଲୀନ ହୋଇଯିବ ଗାଁ।

ବନ୍ଯା ଆସିଲେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଚାରୋଟି ଗାଁ ଲୋକ । ବର୍ତ୍ତମାନ ନଦୀରେ ଜଳସ୍ତର ସାମାନ୍ୟ ରହୁଥିବା ବେଳେ ଘରଗୁଡିକ ଠାରୁ ମାତ୍ର ୧୦୦ ମିଟର ଦୂରରେ ରହୁଛି ପାଣି l ରୋଡ ପଞ୍ଚାୟତର ସରପଞ୍ଚ ବିଭାଗୀୟ କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ମଧ୍ଯ ଏ ସଂପର୍କରେ ଅବଗତ କରିଛନ୍ତି। କିନ୍ତୁ  ଏ ପର୍ଯ୍ଯନ୍ତ ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ କୂଳ ଲଙ୍ଘୁଥିବା ସ୍ଥାନରେ ପଥର ପ୍ୟାକିଙ୍ଗ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । …

ଯଦି ଏବେଠାରୁ ନଦୀ କୂଳରେ ଥିବା ଏହି ଗାଁ ଗୁଡିକ ପାଇଁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ତୁରନ୍ତ ଗ୍ରହଣ କରାନଯାଏ ତେବେ ଆଗାମୀ ସମୟରେ ବ୍ରାହ୍ମଣୀ ଗର୍ଭରେ ଲୀନ ହୋଇଯିବ ରୋଡ଼ ପଞ୍ଚାୟତ l

Tags: bramhani riverdhenkanal
ShareTweetShareSend
Sanchar Live

Sanchar Live

Next Post
ପଞ୍ଜାବରେ ଓଡିଆ ପୁଅଙ୍କ କମାଲ

ପଞ୍ଜାବରେ ଓଡିଆ ପୁଅଙ୍କ କମାଲ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଫାରୋସ୍ କପ୍୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ
  • ପୁରୀରେ ସମୁଦ୍ର ଅଶାନ୍ତ, ଲାଗିଲା ନାଲି ପତାକା
  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.