ସଂଚାର ବ୍ୟୁରୋ: କାଦୁଅ ରାସ୍ତାରେ ବିଡିଓଙ୍କୁ ଚଲାଇଲେ ଛାତ୍ରଛାତ୍ରୀ । ସ୍କୁଲକୁ ଭଲ ରାସ୍ତା ନ ଥିବାରୁ ଏଭଳି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ଏହାସହ କଟକ – ଭୁବନେଶ୍ବର ରାସ୍ତାକୁ ମଧ୍ୟ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ। ଯେ ପର୍ଯ୍ଯନ୍ତ ଦାବି ପୂରଣ ନ ହୋଇଛି, ସେ ପର୍ଯ୍ଯନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ। କଟକ ଜିଲ୍ଲା ବାରଙ୍ଗ ବ୍ଲକ ଫୁଲପୋଖରୀ ସରକାରୀ ହାଇସ୍କୁଲର ପିଲାମାନେ ରାସ୍ତା ପାଇଁ କରିଛନ୍ତି ଆନ୍ଦୋଳନ। ପ୍ରତିବାଦ କରିବା ସହ ରାସ୍ତା ନିର୍ମାଣ ନେଇ ତହସିଲଦାର ଓ ବିଡିଓଙ୍କୁ ଚଲାଇ ଚଲାଇ ନେଲେ। ଅଭିଯୋଗ ଅନୁସାରେ ସ୍କୁଲକୁ ଭଲ ରାସ୍ତାଟେ ନାହିଁ। ଆଗରୁ ବାରମ୍ବାର ଅଭିଯୋଗ କରାଯାଇଛି, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହି। ଏଥର ପୁଣି ବର୍ଷାରେ ଅବସ୍ଥା ଆହୁରି ଖରାପ ହୋଇ ଯାଇଛି। ତେଣୁ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ମରାମତି ଦାବି କରି ପିଲାମାନେ ପ୍ରଥମେ ସ୍କୁଲ ଆଗରେ ଧାରଣା ଦେଇଥିଲେ। କିନ୍ତୁ ୪ ଘଣ୍ଟା ପରେ ବି କୌଣସି ପ୍ରାଶାସନିକ ଅଧିକାରୀ ଆସିନଥିଲେ କି କୌଣସି ପ୍ରକାର ଆଲୋଚନା ହୋଇନଥିଲ। ଏହା ପରେ ସେମାନେ ଆହୁରି ତାତିଥିଲେ। ସ୍କୁଲରେ ତାଲା ପକାଇ ଭୁବନେଶ୍ବର-କଟକ ରାସ୍ତା ଅବରୋଧ କରାଯାଇଛି।