ସଂଚାର ବ୍ୟୁରୋ: ଦେବେନ୍ଦ୍ର ଫଡନବିସ ହେବେ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ। ଉପମୁଖ୍ଯମନ୍ତ୍ରୀ ହେବେ ଶିବସେନା ନେତା ଏକନାଥ ସିନ୍ଦେ। ଏନେଇ ଦିଆଯାଇଛି ସୂଚନା। ମହାୟୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଆସନ୍ତାକାଲି ଫଡନବିସଙ୍କ ସହ ସେ ଶପଥ ନେବେ। ରାଜ୍ଯପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିଛନ୍ତି ଦେବେନ୍ଦ୍ର। ସାକ୍ଷାତକାର ବେଳେ ତାଙ୍କ ସହ ଉପସ୍ଥିତ ଥିଲେ ଶିବସେନା ନେତା ଏକନାଥ ସିନ୍ଦେ ଓ ଅଜିତ ପାୱାର। ଆଜି ମୁମ୍ବାଇରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଫଡନବିସଙ୍କୁ ମୁଖ୍ଯମନ୍ତ୍ରୀ କରାଯିବା ନେଇ ହୋଇଥିଲା ନିଷ୍ପତ୍ତି। ବିଜେପି ବିଧାୟକ ଦଳ ବୈଠକରେ ଫଡନବିସଙ୍କ ନାମ ପ୍ରସ୍ତାବ ଦେଇଥିଲେ ଚନ୍ଦ୍ରକାନ୍ତ ପାଟିଲ। ଏହି ପ୍ରସ୍ତାବକୁ ପଙ୍କଜା ମୁଣ୍ଡେ, ପ୍ରବୀଣ ଡେରକର ଓ ଅଶୋକ ରାଓ ସମର୍ଥନ କରିଥିଲେ। ପରେ ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଆସନ୍ତା କାଲି ମୁମ୍ବାଇରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଫଡନବିସ ଶପଥ ନେବେ। ଫଳରେ ଗତ ୨୩ ତାରିଖରୁ ଚାଲିଆସିଥିବା ଚର୍ଚ୍ଚାର ଅବସାନ ଘଟିଛି। ଆଜିର ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।