ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ମୃତ । ଛତିଶଗଡ଼ କାଙ୍କେରରେ ଯବାନ-ମାଓବାଦୀ ଗୁଳି ବିନିମୟ ଜାରି । କାଙ୍କେର ଜଙ୍ଗଲରେ ୨ ମାଓବାଦୀଙ୍କ ମୃତ୍ୟୁ ସୂଚନା ରହିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି । ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ।
ସୂଚନା ଅନୁଯାୟୀ , ଛତିଶଗଡ଼ କାଙ୍କେର ଛୋଟେବେଟିୟା ଥାନା ଅନ୍ତର୍ଗତ ଜଙ୍ଗଲରେ ଜିଲ୍ଲା ରିଜର୍ଭ ଗାର୍ଡ ଓ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳିବିନିମୟ ପରେ ଘଟଣାସ୍ଥଳରୁ ଜଣେ ମହିଳା କ୍ୟାଡରଙ୍କ ସମେତ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ଆମତୋଲା ଏବଂ କଲପର ଗାଁ ମଧ୍ୟରେ କିଛି ମାଓବାଦୀଙ୍କ ଉପସ୍ଥିତି ଜଣା ପଡିବା ପରେ ଘଟଣାସ୍ଥଳରୁ ଜଣେ ମହିଳା କ୍ୟାଡରଙ୍କ ସମେତ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ଆମତୋଲା ଏବଂ କଲପର ଗାଁ ମଧ୍ୟରେ କିଛି ମାଓବାଦୀଙ୍କ ଉପସ୍ଥିତି ଜଣା ପଡିବା ପରେ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା କାଙ୍କେର ପୋଲିସ୍ ଅଧିକ୍ଷକ ଇନ୍ଦିରା କଲ୍ୟାଣ ଏଲସେଲା କହିଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।