Monday, November 2, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ଆଉ ନାହାନ୍ତି ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଫେସର ଅଶୋକ ମହାପାତ୍ର

Sanchar Live by Sanchar Live
November 2, 2026
in ଓଡିଶା
0
0
SHARES
8
VIEWS
Facebook
Twitter

ଆଉ ନାହାନ୍ତି ଦେଶର ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସକ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର। ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚିକିତ୍ସା, ଗବେଷଣା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡାକ୍ତର ମହାପାତ୍ର। ୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଅଶୋକ ମହାପାତ୍ର ।

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ୧୯୭୫ ମସିହାରେ ଏମବିବିଏସ୍ ଶିକ୍ଷା ଶେଷ କରିଥିଲେ। ପରେ ନୂଆଦିଲ୍ଲୀ ଏମ୍ସରୁ ଏମ୍ ଏସ୍ ଏବଂ ନ୍ୟୁରୋସର୍ଜରୀରେ ଏମ୍ ସିଏଚ୍ ଡିଗ୍ରୀ ହାସଲ କରିଥିଲେ। ୧୯୮୩ ମସିହାରେ ଦିଲ୍ଲୀ ଏମ୍ସରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ, ନ୍ୟୁରୋସାଇନ୍ସେସ୍ ସେଣ୍ଟରର ମୁଖ୍ୟ ଏବଂ ଡିନ୍ ରିସର୍ଚ୍ଚ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।

Related posts

ବର୍ଷା ପାଇଁ ଆଜି ଏହିସବୁ ଜିଲ୍ଲାରେ ସ୍କୁଲ ଛୁଟି

ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି

November 2, 2026
ଆତ୍ମସମର୍ପଣ କଲେ ବିଦ୍ୟା ଭାରତୀ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

ଆତ୍ମସମର୍ପଣ କଲେ ବିଦ୍ୟା ଭାରତୀ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

November 2, 2026

୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସର ନିର୍ଦ୍ଦେଶକ ଥିଲେ। ୨୦୧୨ ମସିହାରେ ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନୂଆ ଅନୁଷ୍ଠାନରେ ଡାକ୍ତରୀ ଶିକ୍ଷା, ଚିକିତ୍ସା ସେବା ଓ ଭିତ୍ତିଭୂମି ବିକାଶରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା ।  ଡାକ୍ତର ଅଶୋକ ମହାପାତ୍ରଙ୍କ କ୍ୟାରିୟରର ସବୁଠାରୁ ଚର୍ଚ୍ଚିତ ସଫଳତା ଥିଲା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଐତିହାସିକ ଅସ୍ତ୍ରୋପଚାର ।

୨୦୧୭ ମସିହାରେ ଦିଲ୍ଲୀ ଏମ୍ସରେ ଏହି ଜଟିଳ ଅସ୍ତ୍ରୋପଚାର କରିଥିବା ବିଶେଷଜ୍ଞ ଡାକ୍ତରୀ ଦଳର ନେତୃତ୍ୱ ନେଇଥିଲେ ସେ ।  ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଅସ୍ତ୍ରୋପଚାର ଦେଶବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କେବଳ ଅସ୍ତ୍ରୋପଚାର ନୁହେଁ, ଚିକିତ୍ସା ଗବେଷଣାରେ ମଧ୍ୟ ତାଙ୍କର ଅବଦାନ ଉଲ୍ଲେଖନୀୟ।  ସରକାରୀ ପଦ୍ମ ପୁରସ୍କାର ପ୍ରଶସ୍ତିପତ୍ର ଅନୁଯାୟୀ, ତାଙ୍କ ନାମରେ ୮୭୦ଟି ଗବେଷଣା ପ୍ରକାଶନ, ୧୬ଟି ପୁସ୍ତକ ଏବଂ ୧୪୦ରୁ ଅଧିକ ପୁସ୍ତକ ଅଧ୍ୟାୟ ରହିଛି ।

ଅନେକ ଯୁବ ଚିକିତ୍ସକ ଓ ଗବେଷକଙ୍କୁ ସେ ମାର୍ଗଦର୍ଶନ କରିଥିଲେ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ୨୦୨୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ଏହି ସମ୍ମାନ ଗ୍ରହଣ କରିଥିଲେ। ଡାକ୍ତର ମହାପାତ୍ରଙ୍କ ପରଲୋକ ସହ ଦେଶର ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରର ଏକ ଦୀର୍ଘ ଓ ସଫଳ ଅଧ୍ୟାୟର ଅବସାନ ଘଟିଛି

Tags: Ashok mohapatra

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଏହି କାରଣଗୁଡ଼ିକ ଆପଣଙ୍କର ପିତା ହେବାର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇପାରେ
  • ଆଉ ନାହାନ୍ତି ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଫେସର ଅଶୋକ ମହାପାତ୍ର
  • ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.